ଚଢ଼ଉ ବେଳେ ପୁଲିସ ଉପରକୁ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣ, ୬ ପୁଲିସ କର୍ମଚାରୀ ଆହତ

ହରିୟାଣା,ଏଜେନ୍ସି: ହରିୟାଣାର ଶୀର୍ଷା ଜିଲ୍ଲା ଦେସୁ ଯୋଦ୍ଧା ଗାଁରେ ଡ୍ରଗ୍ସ କାରବାର ହେଉଥିବା ଖବରପାଇ ଗୁରୁବାର ସକାଳେ ପୁଲିସ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ଡ୍ରଗ୍ସ ମାଫିଆମାନେ ପୁଲିସ ଉପରକୁ ଢ଼େଲା ପଥର ଓ ବୋମା ଫିଙ୍ଗିବା ସହ ଗୁଳି ମାଡ଼ କରିଥିଲେ। ସୂଚନା ଅନୁସାରେ ଗୁରୁବାର ହରିୟାଣା ପୁଲିସ ଉକ୍ତ ଅଞ୍ଚଳର ଦେସୁ ଯୋଦ୍ଧା ଗାଁରେ ଡ୍ରଗ୍ସ କାରବାର ହେଉଥିବା ଖବରପାଇଥିଲା। ପରେ ଏହାକୁ ଭିତ୍ତିକରି ପୁଲିସ ଉକ୍ତ ଗାଁରେ ଚଢ଼ଉ କରିଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଏଥିରେ ମାଫିଆ ମାନେ ପୁଲିସ ଉପରକୁ ପଥର ଓ ବୋମା ମାଡ଼ କରିବା ସହ ଗୁଳି ଚାଳନା ମଧ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁଲିସ ଗୁଳିରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଗାଁଲୋକେ ସଂଘବଦ୍ଧ ଭାବେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୬ଜଣ ପୁଲିସ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।