ସାବଧାନ ରଙ୍ଗ୍ ରୁଟରେ ଗାଡି ଚଳାଇଲେ ହୋଇଯିବ ଚକା ଲିକ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରଙ୍ଗ୍ ରୁଟରେ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ। ଏଣିକି ରଙ୍ଗ୍ ରୁଟରେ ଗାଡି ଚଲାଇଲେ ହୋଇଯିବ ଚକା ଲିକ୍ । କାରଣ ଦୌତନଗରୀ କଟକ ଓ ଭୁବନେଶ୍ୱରରେ ପୁନେ, ହାଇଦ୍ରାବାଦ ପରି ସ୍ପାଇକ୍ ବ୍ୟାରିଅର ଲଗାଇବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୁଲିସ । ଦୌତନଗରୀ କଟକ ଓ ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍ ଡ୍ରାଇଭିଂ ସ୍ଥାନ କମିଶନରେଟ ପୁଲିସ ଚିହ୍ନଟ କରିଥିବା ବେଳେ ଏଥଇ ମଧ୍ୟରୁ ୩୨ ଟି ସ୍ପର୍ଶକାତର ସ୍ଥାନ ରହିଛି। ଏହି ସ୍ଥାନମାନଙ୍କରେ ସ୍ପାଇକ୍ ବ୍ୟାରିଅର ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ରଙ୍ଗ୍ ଡ୍ରାଇଭିଂ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହିତ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ । ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନୂତନ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।