ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ

ଭୁବନେଶ୍ୱର, ରାଜ୍ୟରେ ୩ ଦିନ ଧରି ଜାରି ରହିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି । ଏନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ସୂଚନା ପ୍ରଦାନ କରିଛନ୍ତି । ଲୋକଙ୍କ ସୁବିଧା ଓ ମୁଖ୍ୟ ଶାସନ ସଚିବଙ୍କ ନିବେଦନ ଯୋଗୁ ଆନ୍ଦୋଳନ ସ୍ଥଗିତ ରଖିଲୁ ବୋଲି ସଭାପତି କହିଛନ୍ତି ।