ବିଦ୍ୟୁତ୍ ଆଘାତରେ ଡ୍ରାଇଭର ମୃତ

ପାଟଣା,ଏନ୍ଏନ୍ଏସ୍: ସିମେଣ୍ଟ ଖାଲିକରି ଯାଉଥିବା ଜଣେ ଟ୍ରକ୍ ଡ୍ରାଇଭରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ୱାମ୍ ପୋଖରୀ ନିକଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଡ୍ରାଇଭର ସିମେଣ୍ଟ ଖାଲି କରି ଫେରିବା ବେଳେ ସ୍ୱାମ୍ ପୋଖରୀ ନିକଟରେ ଗାଡି ଛିଡାକରି କେବିନ ଉପରକୁ ଉଠି ପାଲ ରଖୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତୀ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ପାରାଦୀପ ବାଲିହରା ତପୋବନ କଲୋନୀର ଖୋକନ ମାଇତିଙ୍କ ପୁଅ ମୋହନ ମାଇତି।