କଳାହାଣ୍ଡି,ଏନ୍ଏନ୍ଏସ୍: ଡିଆରଡିଏ କାର୍ୟ୍ୟାଳୟର ବରିଷ୍ଠ କିରାଣି ହର ପ୍ରସାଦ ଆଚାର୍ୟ୍ୟଙ୍କ ବିରୋଧରେ ଆୟର୍ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଭବାନୀପାଟଣା ସ୍ଥିତ ରାମନଗରପଡ଼ା, ମନ୍ଦାରବଗିଚା ପଡ଼ା ସମେତ କାର୍ୟ୍ୟାଳୟରେ ଚଢ଼ଉ ଜାରି ରହିଛି।
ରାମନଗରପଡ଼ା ଠାରେ ୩ ମହଲା ବିଶିଷ୍ଟ କୋଠା ଘର ରହିଥିବା ବେଳେ ଚଢ଼ଉ ପ୍ରାଥମିକ ସ୍ତରରେ ରହିଛି। ଜବତ ସମ୍ପତ୍ତିର ଆନୁମାନିକ ମୂଲ୍ୟ କୋଟିଏ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଇଛି। ସେହିପରି ଗତକାଲି ଭିଜିଲାନ୍ସ ଟିମ ପକ୍ଷରୁ ଜୁନାଗଡ ରେଞ୍ଜରଙ୍କ ଘରେ ଚଢ଼ଉ କରାଯାଇଥିଲା।