ଶିବନଙ୍କ ଶୈବ ଆରାଧନା

‘ଗଗନାୟନ’ ପାଇଁ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କଲେ କେ. ଶିବନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡ. କେ ଶିବନ୍। ଓଡ଼ିଶା ଗସ୍ତରେ ଆସିଥିବା ଡ. ଶିବନ୍ ଶନିବାର ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ଡ. ଶିବନ୍ ମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିବା ସହିତ ମା’ ପାର୍ବତୀ ଓ ବାବା ଲିଙ୍ଗରାଜଙ୍କ ଆରତୀ କରିଥିଲେ। ଭାରତ ଆସନ୍ତା ମିଶନ୍ ରେ ସଫଳ ହେବା ଲାଗି ବାବା ଲିଙ୍ଗରାଜ ଓ ମା’ ପାର୍ବତୀଙ୍କୁ କରୁଣା ଲାଭ ପାଇଁ ପ୍ରାର୍ଥନା ସହିତ ପୂଜାଚର୍ଚ୍ଚା କରିଥିଲେ। ଡ. ଶିବମ୍ ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏହି ଖବର ଭୁବନେଶ୍ୱରରେ ଚାରିଆଡ଼େ ପ୍ରଚାର ହେଇଥିଲା। ଏହି ବିଖ୍ୟାତ ବୈଜ୍ଞାନିକ ଡ. ଶିବନଙ୍କୁ ଦେଖିବା ପାଇଁ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା।

ଏହି ଗସ୍ତ ସମୟରେ ଲିଙ୍ଗରାଜ ମନ୍ଦିରଠାରେ ଅତିରକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଡ. ଶିବନ୍ ଙ୍କୁ ପାଛୋଟି ନେଇଥିଲେ। ସେଠାରେ ମୁକ୍ତିକାନ୍ତ ବଡ଼ୁ, ରତିକାନ୍ତ ବଡ଼ୁ, ରାଜ କିଶୋର ମହାପାତ୍ର ଆଦି ସେବକ ମନ୍ଦିରରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।