ମା’- ଝିଅଙ୍କ ହତ୍ୟା ଘଟଣା : ସନ୍ଦେହ ଘେରରେ ସମ୍ପର୍କୀୟ ଓ ସହଯୋଗୀ ଜିଲ୍ଲାଫଟୋରାଜ୍ୟ By Nitidin On Feb 17, 2020 Share ଅନୁପଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସର ଆବେଦନ ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ ହମିରପୁର ଜଙ୍ଗଲରେ ହୋଇଥିବା କଳ୍ପନା ଦାସ(୩୨) ଓ ବବଲି ଦାସ(୧୪) ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ସୋମବାର କୋର୍ଟରେ ଆବେଦନ କରି ସାରିଛି। ଆସନ୍ତାକାଲି ମଧ୍ୟରେ ଅନୁପ ସାଏଙ୍କୁ ରିମାଣ୍ଡରେ ନେବାର ଅନୁମତି କୋର୍ଟ ପକ୍ଷରୁ ମିଳିଲେ ହତ୍ୟାକାଣ୍ଡ ବିଷୟରେ ଆହୁରି ଅଧିକ ତଥ୍ୟ ମିଳି ପାରିବ ବୋଲି ରାୟଗଡ଼ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ହତ୍ୟାର ଅନ୍ୟ ଅଭିଯୁକ୍ତ ବର୍ମନ ଟପ୍ପୋ (ବର୍ଦ୍ଧନ)କୁ ଜେରା ପରେ କୋର୍ଟ ହାଜର କରି ଜେଲ ପଠାଇ ଦିଆଯାଇଛି। ଜେରା ସମୟରେ ବର୍ଦ୍ଧନ ଇନୋଭା ଗାଡ଼ି ଓ ହତ୍ୟାରେ ଅନ୍ୟମାନେ ସମ୍ପୃକ୍ତ ଥିବା ଦର୍ଶାଇ ଥିଲେ ହେଁ ସେମାନଙ୍କ ନାମ ଓ ଇନୋଭାରେ କେଉଁମାନେ ଥିଲେ ତାହା କହି ନାହାନ୍ତି। ଇନୋଭାଟି ଅନୁପ ସାଏଙ୍କ ଗାଡ଼ି ବା ଅନ୍ୟ କାହାର ଗାଡ଼ି ସେ ନେଇ ମଧ୍ୟ କୌଣସି ସୂଚନା ଦେଇନାହିଁ। ଫଳରେ ରଡ଼୍, ବୋଲେରୋ ଓ ଇନୋଭା ଗାଡ଼ିକୁ ପୁଲିସ ଜବତ କରି ପାରିନାହିଁ। ତେବେ ଅନୁପ ଓ ବର୍ଦ୍ଧନ ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଅନୁପ ସାଏଙ୍କ ପାଖରେ ଏକ ଇନୋଭା ଗାଡ଼ି (ଓଡି୦୨ଭି୯୭୪୪) ରହିଛି। ଏହାସହ ତାଙ୍କ ପାଖରେ ଏକ ପୁରୁଣା ବୋଲେରୋ (ଓଆର୦୨ଏୱଇ୮୫୯୬) ଥିଲା। ସେ ବୋଲେରୋକୁ ୨୦୦୯ ମସିହାରେ କିଣି ୨୦୧୫ ମସିହାରେ ତାଙ୍କର ଜଣେ ସମ୍ପର୍କୀୟ ସୁନୀଲ କୁମାର ସାଏଦେଓଙ୍କୁ ବିକ୍ରି କରିଥିଲେ। ପରେ ଏହି ବୋଲେରୋକୁ ସୁନୀଲ ୨୦୧୭ ଜୁଲାଇରେ ଟିଟଲାଗଡ଼ର ଜଣେ ବ୍ୟବସାୟୀ ସୁନୀଲ ଆଚାର୍ଯ୍ୟକୁ ବିକ୍ରି କରିଥିଲେ। ତେବେ ଏହି ବୋଲେରୋଟି ବର୍ତ୍ତମାନ ପର୍ଯ୍ୟନ୍ତ ସୁନୀଲ ସାଏଦେଓଙ୍କ ନାମରେ ରହିଥିବା ବେଳେ ସୁନୀଲ ଆଚାର୍ଯ୍ୟ ଏହି ଗାଡ଼ିକୁ ଗୁଜରାଟର ଜଣେ ବ୍ୟବସାୟୀଙ୍କୁ ଓଏଲଏକ୍ସରେ ବିକ୍ରି କରିଥିବା କହିଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଓ ଇନୋଭା ବିଷୟରେ ପୁଲିସ ଅଧିକ ସୂଚନା ଦେଇନାହିଁ। ତେବେ ସୋମବାର ଚକ୍ରଧର ନଗର ଥାନା ପୁଲିସ ବ୍ରଜରାଜନଗରରେ ପହଞ୍ôଚ ଅନୁପ ସାଏଙ୍କ ଏସବିଆଇ ଆକାଉଣ୍ଟ ଯାଞ୍ଚ କରିବା ସହ ହତ୍ୟାରେ ସମ୍ପୃକ୍ତ ଥିବା ବୋଲେରୋ ଓ ଇନୋଭାଗାଡ଼ିକୁ ପୁଲିସକୁ ହସ୍ତାନ୍ତର କରିବା ପାଇଁ ଅନୁପଙ୍କ ପରିବାର ବର୍ଗଙ୍କୁ ଛତିଶଗଡ଼ ପୁଲିସ ନୋଟିସ୍ ଦେଇଥିବା ଜଣାପଡ଼ିଛି। ଏହାସହ କଳ୍ପନାଙ୍କ ଘର ଲୋକଙ୍କୁ ଥାନାରେ ଉପସ୍ଥିତ ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ଦେଇଛି। ତେବେ କଳ୍ପନାଙ୍କ ବାପା ତୀର୍ଥରେ ଯାଇଥିବାରୁ ଛତିଶଗଡ଼ରୁ ଜଣେ ମହିଳା ପୁଲିସ ଅଧିକାରୀ ଆସି ତାଙ୍କ ଭାଉଜ ରୀନା ଦାସଙ୍କୁ ତଦନ୍ତରେ ସହଯୋଗ ପାଇଁ ଚକ୍ରଧର ନଗର ଥାନାକୁ ନେବେ ବୋଲି ସୂଚନା ମିଳିଛି। କଳ୍ପନା ଓ ବବଲି ଦାସ ହତ୍ୟାକାଣ୍ଡରେ ଅନୁପ ସାଏ ଗିରଫ ହେବା ପରେ ବ୍ରଜରାଜନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏବେ କେବଳ ଛତିଶଗଡ଼ ପୁଲିସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାସହ ଏହି ହତ୍ୟାକାଣ୍ଡରେ ଆହୁରି ଏକାଧିକ ଲୋକଙ୍କ ସମ୍ପୃକ୍ତଥିବା ନେଇ ବର୍ଦ୍ଧନ ବୟାନ ଦେବା ପରେ ପୁଲିସଙ୍କ ସନ୍ଦେହ ଘେରରେ ଅନୁପଙ୍କ ନିକଟତମ ସମ୍ପର୍କୀୟ ଓ ସହଯୋଗୀ ଥିବା ଜଣାପଡ଼ିଛି। ତେଣୁ କେଉଁ ମୂହୁର୍ତ୍ତରେ ପୁଲିସ କାହାକୁ ଉଠାଇ ନେବ ସେ ନେଇ ଅନୁପଙ୍କ ନିକଟ ସମ୍ପର୍କୀୟଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଛତିଶଗଡ଼ ପୁଲିସ ରାତିରେ ଓଡ଼ିଶା ଆସି ପ୍ରଥମେ ଅନୁପ ସାଏ ପରେ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇଲା ପରେ ଗତକାଲି ରାତିରେ ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ଜଣେ ବ୍ୟବସାୟୀ ରମେଶ ଗିଲଓାନୀଙ୍କୁ ଉଠାଇ ନେଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ କେତେକ ଗଣମାଧ୍ୟମ ଓ ୱେବ ପୋର୍ଟାଲରେ ପ୍ରସାରିତ ହୋଇଥିଲା। ଖବର ପ୍ରସାରିତ ହେବା ପରେ ରମେଶ ଏହି ହତ୍ୟାକାଣ୍ଡରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ଓ ତାଙ୍କୁ ପୁଲିସ ଉଠାଇନାହିଁ ବୋଲି କହିବା ସହ ଗଣମାଧ୍ୟରେ ଭୁଲ୍ ଖବର ପ୍ରସାରିତ ହେଉଛି ବୋଲି ବ୍ରଜରାଜନଗର ଥାନାରେ ପହଞ୍ôଚ ଉକ୍ତ ଗଣମାଧ୍ୟମ ବିରୋଧରେ ଅଭିଯୋଗ କରିଛନ୍ତି। Share