ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଦକ୍ଷେପସ୍ୱରୂପ, ଦେଶରେ ଡୋର-ଟୁ-ଡୋର ଟିକାକରଣ ହେବ। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଯିବାକୁ ଅସମର୍ଥ ଘରକୁ ଘର ଯାଇ ସେମାନଙ୍କୁ ଟିକା ଦିଆଯିବ। ଏଥିଲାଗି ସ୍ୱତନ୍ତ୍ର ଏସଓପି ଜାରି ହେବ। ଏନେଇ ନୀତି ଆୟୋଗ ସଦସ୍ୟ ଡା.ବିକେ ପାଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨/୩ ବୟସ୍କଙ୍କୁ ଟିକା ଲଗାଯାଇଛି। ୧୮ରୁ ଉର୍ଦ୍ଧ୍ୱ ୬୬ ପ୍ରତିଶତଙ୍କୁ ଅତି କମରେ ଗୋଟିଏ ଡୋଜ୍ ଟିକା ଦିଆଯାଇ ଥିବାବେଳେ ୨୩ ପ୍ରତିଶତଙ୍କୁ ଉଭୟ ଡୋଜ୍ ମିଳିଛି। ୬ଟି କେନ୍ଦ୍ରଶାସିତ ପ୍ରଦେଶ ୧୦୦ ପ୍ରତିଶତଙ୍କୁ ଗୋଟିଏ ଡୋଜ୍ ଟିକା ଦେବାରେ ସଫଳ ହୋଇଛନ୍ତି।