ନୂଆଦିଲ୍ଲୀ: ଚୀନ ଦ୍ୱାରା ପଠାଯାଇଥିବା ଅଜଣା ଜୈବିକ ବୀଜକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଜୈବିକ ବୀଜକୁ ଆମେରିକାର କିଛି ଲୋକ ଗ୍ରହଣ କରିଥିବା ସୂଚନା ମିଳିଛି। ଆଉ ଏବେ ଏହି ବୀଜକୁ ବ୍ୟବହାର ନକରିବା ପାଇଁ ଆମେରିକାର କୃଷି ବିଭାଗ ଆନୁଷ୍ଠାନିକ ରୂପେ ନିର୍ଦ୍ଦେଶନାମା ଜାରି କରିଛି। କୃଷି ବିଭାଗ ଓ କିଛି ଏଜେନ୍ସି ଏହି ଅଜଣା ଜୈବିକ ବୀଜକୁ ପରୀକ୍ଷା କରୁଥିବାରୁ ଚାଷ କାର୍ଯ୍ୟରେ ବ୍ୟବହାର ନକରିବା ପାଇଁ ଲୋକଙ୍କୁ କୁହାଯାଇଛି। ଆମେରିକାର କେତେକ ରାଜ୍ୟ ସରକାର ମଧ୍ୟ ସୋସିଆଲ ମିଡିଆ ଜରିଆରେ ଏହି ଅଜଣା ପ୍ୟାକେଟରେ ଆସିଥିବା ବୀଜକୁ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି କି, ଆମେରିକା ବ୍ୟତୀତ କାନାଡ଼ାର କିଛି ଲୋକ ମଧ୍ୟ ଏପରି ଅଜଣା ପ୍ୟାକେଟଯୁକ୍ତ ଜୈବିକ ବୀଜ ଗ୍ରହଣ କରିଛନ୍ତି। ଏହି ବୀଜ ଦ୍ୱାରା କିଛି ସାଂଘାତିକ କ୍ଷତି ହେବାସହ ଦେଶରେ କୃଷି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବା ଦର୍ଶାଇ କାନାଡ଼ା କର୍ତୃପକ୍ଷ ମଧ୍ୟ ଏହାକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି।
୍ର