କରୋନା ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ : ସୁବ୍ରତ ବାଗଚୀ

ଭୁୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାରେ ଆକ୍ରାନ୍ତ ରୋଗୀ ନୁହେଁ ରୋଗର ମୁକାବିଲା କରିବା । ରୋଗୀକୁ ଘୃଣା ବା ଲାଞ୍ଛନା ପ୍ରଦର୍ଶନ କରିବା ନାହିଁ କିମ୍ବା ସେମାନଙ୍କ ପରିବାର ପ୍ରତି ନିନ୍ଦା ଅପବାଦ ଦେବା ନାହିଁ । ଏପରି କଲେ ସନ୍ଦିଗ୍ଧମାନେ ସେମାନଙ୍କ ରୋଗ ଲୁଚାଇବେ ଏବଂ ପରବର୍ତୀ ସମୟରେ ସେମାନେ ସୁପର ସ୍ପ୍ରେଡର ହୋଇ ରୋଗକୁ ବଢାଇବେ । ଯେଉଁମାନେ ନିନ୍ଦା ଅପବାଦ ଦେଉଥିବେ ସେମାନେ ପ୍ରଥମେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କୁ ସାହାଯ୍ୟ ଓ ସମବେଦନା ଜଣାଇବାକୁ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।  ସେ କହିଛନ୍ତି ଯେ କରୋନା ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ । ରୋଗ ଦେଶ , ଜାତି ଧର୍ମ ବା ବର୍ଣ୍ଣ ଦେଖେନାହିଁ । ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ୍ , ସ୍ପେନର ରାଜକୁମାରୀ ମାରିଆ ତେରେଶା, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ,କାନାଡା ପ୍ରଧାନମନ୍ତ୍ରୀଙ୍କ ଜଷ୍ଟିନ୍ ଟ୍ରୁଡୁଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।