ନାଗରିକ ସଂଶୋଧନ ଆଇନ ପ୍ରତି ଭୟବିତ ହେବା ଅନୁଚିତ: ବଳଭଦ୍ର ମାଝୀ

ରାୟଗଡ଼ା,ଏନ୍ଏନ୍ଏସ୍: ଭାରତୀୟ ନାଗରିକ ସଂଶୋଧନ ଆଇନ ଦେଶରେ ବହୁଳ ସଂଖ୍ୟାରେ ରହି ଆସୁଥିବା ନିର୍ଦ୍ଧିଷ୍ଟ ଧର୍ମାବଲମ୍ବି ବ୍ୟକ୍ତି ବିଶେଷଙ୍କ ପାଇଁ କୌଣସି ପ୍ରଭାବ ପକାଇବ ନାହିଁ। ଏହା ଦେଶ ବାହୁରୁ ଆସିଥିବା ଶରଣାର୍ଥୀଙ୍କ ପାଇଁ। ଅନ୍ୟ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇ ରହିଆସୁଥିବା ପ୍ରତାଡିତ ହିନ୍ଦୁ ଧର୍ମାବଲମ୍ବିଙ୍କୁ ଏହି ଆଇନ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବ। ତେଣୁ ଭାରତରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ଏଥିରେ ଭୟବିତ ହେବା ଆଦୌ ଉଚିତ ନୁହେଁ। କଂଗ୍ରସ ଓ କମ୍ୟୁନିଷ୍ଟ ଦଳ ପ୍ରରୋଚନାରେ ଆସି ଦେଶରେ ମନ୍ଦ ବ୍ୟକ୍ତି ବିଶେଷ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ଆଜି ରାୟଗଡ଼ାରେ ଏକ ଘରୋଇ ହୋଟେଲ ସଭା କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପୂର୍ବତନ ସଂସଦ ବଳଭଦ୍ର ମାଝୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଭାରତୀୟ ସମ୍ବିଧାନ ଅନୁଯାୟୀ କେଉଁ ବ୍ୟକ୍ତି ଦେଶରେ ନାଗରିକତ୍ୱ ହାସଲ କରିପାରିବେ ସେ ନେଇ ବର୍ଣ୍ଣନା ରହିଛି। ନାଗରିକତ୍ୱ ସଂଶୋଧନ ଅଇନ ସମ୍ବିଧାନ ଅନୁଯାୟୀ ଲୋକସଭା ଓ ରାଜ୍ୟସଭାରେ ପ୍ରଣୟନ ହୋଇଛି। ଏବଂ ଏଥିରେ ରାଷ୍ଟ୍ରପତିଙ୍କ ମହୋର ବାଜିଛି। ତେଣୁ ଦେଶର କୌଣସି ନାଗରିକ ଏଥିରେ ଭୟବିତ ନହୋଇ ସହଯୋଗ କରିବା ପାଇଁ ଶ୍ରୀ ମାଝୀ ଜିଲାବସୀଙ୍କୁ ଅନୁରୋଧ କରିଥିଲେ। ଉକ୍ତ ସମ୍ବାଦିକ ସମ୍ମିଳନୀରେ ବିଜେପି ଜିଲା ସଭାପତି ଶିବ ପଟ୍ଟନାୟକ, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାଜ୍ୟ ସଂମ୍ପାଦକ ଶିଶିର ଗମାଙ୍ଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ ତୋପଦାର ପ୍ରମୁଖ ଉପସ୍ଥିତ ଥିଲେ।