ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମିଶନ ଶକ୍ତିର ସଦସ୍ୟାଙ୍କ ସହାୟତା

ପାଟଣା,ଏନ୍ଏନ୍ଏସ୍: କରୋନା ସହିତ ସାରା ଦେଶ ଯୁଦ୍ଧ କରୁଥିବା ବେଳେ ଓଡ଼ିଶା ମଧ୍ୟ ଏହାର ଜୋରଦାର ମୁକାବିଲା କରୁଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପାଟଣା ମହିଳା ମିଶନ ଶକ୍ତିର ସଦସ୍ୟା। ଏ ନେଇ ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ପାଟଣା ସିଡିପିଓ ତ୍ତିଳତ୍ତମା ମହାପାତ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆର ମ୍ୟାନେଜର ଗୋବିନ୍ଦ ସାହୁଙ୍କ ଉପସ୍ଥିତିରେ ମହିଳା ମିଶନ ଶକ୍ତିର ସଦସ୍ୟା ମହିମା ରାଉତ, ଖୀରମଣି ମହାନ୍ତ, ଝୁଲଣା ମହାନ୍ତ ପ୍ରମୁଖ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।