ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫ଲକ୍ଷ ୪ ହଜାର ୪୩୫ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ପାଣ୍ଠିକୁ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିଥିବା ଅର୍ଥରାଶିକୁ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ଏହି ପାଣ୍ଠିକୁ ସହାୟତା ପ୍ରଦାନ ସମୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ତହସିଲ ଦାର ଲଲାଟ କୁମାର ଲୁହାଙ୍କ ସହ ଜରୁରୀକାଳୀନ ଅଧିକରୀ ଓ ନିଜାରତ ଅଧିକାରୀ ଉପସ୍ଥିତ ଥିଲେ।