ଦେବଗଡ,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବହୁ ବଦାନ୍ୟ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ନିଜ ଅର୍ଜିତ ଧନ ରାଶିକୁ ରାଷ୍ଟ୍ରର ହିତ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରୁଥିବା ଦେଖାଯାଇଛି। ଏହି କ୍ରମରେ ଦେବଗଡ ଜିଲ୍ଲାର ବିଶିଷ୍ଟ ଯୁବ ବ୍ୟବସାୟୀ ରାଜ କିଶୋର ଦାଶ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସହାୟତା ଉଦ୍ଦେଶ୍ୟରେ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣା ପଡିଛି। ଶ୍ରୀ ଦାଶ ଏହି ଅର୍ଥ ରାଶି ଗତ କିଛିଦିନ ପୂର୍ବେ ପରଲୋକ ଘଟିଥିବା ତାଙ୍କ ବାପା ବିମଳ ଦାଶଙ୍କ ସ୍ମିତିରେ ପ୍ରଦାନ କରିଥିବା ଜଣା ପଡିଛି।