ଭ୍ୟାକ୍ସିନକୁ ନେଇ ୨ ସପ୍ତାହରେ ମିଳିବ ଭଲ ଖବର: ଟ୍ରମ୍ପ

ନୂଆଦିଲ୍ଲୀ: କରୋନା ମାମଲା ବଢ଼ି ଚାଲିଥିବାବେଳେ ଦୁଇ ସପ୍ତାହ ମଧ୍ୟରେ ଭ୍ୟାକ୍ସିନକୁ ନେଇ ଭଲ ଖବର ଦେବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ‘କରୋନା ଭ୍ୟାକ୍ସିନକୁ ନେଇ ମୁଁ ଏତିକି କହିବାକୁ ଚାହୁଁଛି କି ଆଗାମୀ ୨ ସପ୍ତାହ ମଧ୍ୟରେ ଆମକୁ ଭଲ ଖବର ଶୁଣିବାକୁ ମିଳିବ। ଆମେ ଏନେଇ ଖୁବଶୀଘ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବୁ।’

ଏହାପୂର୍ବରୁ ସୋମବାର ଦିନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ (ଏନଆଇଏଚ୍) ଏକ ପ୍ରେସ ବିଜ୍ଞପ୍ତିରେ କହିଛି କି, ଆମେରିକା ବୈଜ୍ଞାନିକ ବାୟୋଟେକ୍ନୋଲୋଜୀ କମ୍ପାନୀ ମଡର୍ଣ୍ଣା ଦ୍ୱାରା ବିକଶିତ ସମ୍ଭାବିତ କୋଭିଡ-୧୯ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଦେଇଛି। ଏନଆଇଏଚ ପାଖାପାଖି ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଭ୍ୟାକ୍ସିନ ପରୀକ୍ଷଣ କରୁଛି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭ୍ୟାକ୍ସିନ ପରୀକ୍ଷଣ ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନୀକୁ ଅତିରିକ୍ତ ୪୭୨ ମିଲିୟନ ଡଲାରର ସହାୟତା ପ୍ରଦାନ କରିଛି। ଏହାପୂର୍ବରୁ ଅପ୍ରେଲରେ କମ୍ପାନୀକୁ ୪୮୩ ମିଲିୟନ ଡଲାର ଦିଆଯାଇଥିଲା। ଅତିରିକ୍ତ ସହାୟତା ଦ୍ୱାରା ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।