ଟ୍ରମ୍ପଙ୍କ ରାଲିରେ ସାମିଲଥିବା ୩୦ ହଜାର ଲୋକଙ୍କୁ କରୋନା ଓ ୭୦୦ ଲୋକଙ୍କ ମୃତ୍ୟୁ

ୱାଶିଂଟନ,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଘମାସାନ ଲଢେଇ ଚାଲିଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ରାଲିରେ ସାମିଲଥିବା ୩୦ ହଜାର ଲୋକଙ୍କୁ କରୋନା ହୋଇଥିବାବେଳେ ୭୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଷ୍ଟାନଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରୁ ପ୍ରକାଶ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୮ ଟି ନିର୍ବାଚନ ସମାବେଶରେ ଯୋଗଦେଇଥିବା ୩୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ଦାବି କରାଯାଇଛି । ଏକ ଟ୍ୱିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ସମସ୍ତ ବିଷୟରେ ଚିନ୍ତା କରନ୍ତି ନାହିଁ ।