୪ଟି ଦେଶରେ ବନ୍ଦ ହେବ ଡୋମିନସ୍ ପିଜ୍ଜା

ନୂଆଦିଲ୍ଲୀ: ବୈଷୟିକ ସ୍ତରରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା କାରଣରୁ ବ୍ରିଟେନ୍ ର ପ୍ରତିଷ୍ଠିତ ଫାଷ୍ଟ ଫୁଡ୍ କମ୍ପାନୀ ଡୋମିନସ୍ ୪ଟି ଦେଶରେ ଏହାର ବ୍ୟବସାୟ ବନ୍ଦ କରିବା ଲାଗି ମନସ୍ତ କରିଛି। ସ୍ୱିଜରଲାଣ୍ଡ୍, ଆଇସଲାଣ୍ଡ୍, ନରୱେ ଏବଂ ସ୍ୱିଡେନ୍ ଆଦି ୪ଟି ଦେଶରେ କମ୍ପାନୀକୁ ଅନେକ ପରିମାଣର କ୍ଷତି ସହିବାକୁ ପଡ଼ୁଥିବାରୁ କମ୍ପାନୀ ଏହାର କାରବାର ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି।

ଏହି ନିଷ୍ପତ୍ତିକୁ ନେଇ ଡୋମିନସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବିଡ୍ ୱାଇଲ୍ଡ କହିଛନ୍ତି ଯେ, କ୍ଷତି ହେଉଥିବା ଦେଶଗୁଡ଼ିକରେ ଆମେ ସେଠାକାର ଆକର୍ଷଣୀୟ ବଜାରର ପ୍ରତିନିଧିତ୍ୱ କରିପାରୁନାହୁଁ। ତେଣୁ ବାଧ୍ୟହୋଇ ସେଠାରେ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ।