ଯାତାୟାତ ସ୍ୱାଭାବିକ ହେଲେ ଆରମ୍ଭ ହେବ ଡୋମେଷ୍ଟିକ କ୍ରିକେଟ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ମହାମାରୀ କରୋନାରେ କ୍ରୀଡା ଜଗତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଭାରତରେ କୌଣସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇପାରିନାହିଁ। ତେବେ ଭାରତରେ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ ହେଲେ ଡୋମେଷ୍ଟିକ କ୍ରିକେଟ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ ବୋର୍ଡ଼ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି।

ଏହି ମହାମାରୀ ପାଇଁ ଭାରତରେ ବର୍ତ୍ତମାନ ସୁଦ୍ଧା ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଆୟୋଜନ ହୋଇପାରିନାହିଁ। ଏହି ପରିସ୍ଥିତିରେ ଏହାକୁ ଆୟୋଜନ କରି ଯୁବ ଖେଳାଳି ମାନଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚାହୁଁ ନଥିବା ସୌରଭ ଗାଙ୍ଗୁଲି କହିଛନ୍ତି। ତେବେ ଗମନାଗମନ ସ୍ୱାଭାବିକ ହେବା ପରେ ଏହା ଆରମ୍ଭ ହେବ ବୋଲି ଗାଙ୍ଗୁଲି କହିଛନ୍ତି।