ରାଜଧାନୀରେ ଡଗ୍ ଶୋ’: ‘ଜ୍ୟାମ୍ପି’ ଚାମ୍ପିଅନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କେନେଲ କ୍ଲବ୍ ଦୁଇ ଦିନିଆ ଡଗ୍ ସୋ’ରେ କୁକୁର ଓ ମଣିଷର ଏକ ନିଆରା ସମ୍ପର୍କର ଡ଼ୋରୀ ଦେଖିବାକୁ ମିଳିଥିଲା। ମାଲିକମାନେ କିଏ କୁକୁରକୁ ଗେଲ କରିଥିବା ଦେଖିବାକୁ ମିଳିଥିଲା ବେଳେ ଆଉ କି ଖାରା ଦାଉରୁ ରକ୍ଷା କରିବା ପାଇଁ କୁକୁର ଦେହରେ ପାଣି ସ୍ପ୍ରେ କରୁଥିଲା। ଆଉ କିଏ ଖାଇବାକୁ ଦେଇ ଆଉଁସିବାରେ ଲାଗିଥିଲା। କୁକୁର ଓ ମାଲିକ ମଧ୍ୟରେ ଥିବା ନିଆରା ସ୍ନେହର ସମ୍ପର୍କକୁ ସ୍ପଷ୍ଟ ବାରି ହେଉଥିଲା। ଦର୍ଶକମାନେ ବି ଏଭଳି ନିଆରା ସମ୍ପର୍କକୁ ଦେଖି ମନଭରି ଉପଭୋଗ କରିଥିଲେ।

ସେଠାରେ ବିଶ୍ୱର ପ୍ରାୟ ୩୦ ପ୍ରଜାତିର ୩ଶହରୁ ଅଧିକ କୁକୁରମାନଙ୍କ ସମାଗମ ହୋଇଥିଲା। ପାମି ପ୍ରଜାତିର ପ୍ରାୟ ସବୁଠାରୁ ଛୋଟ କୁକୁର ୧ କିଲୋଠାରୁ ଆରମ୍ଭ ଗ୍ରେଡ୍ରେନ୍ ଆଦି ବଡ଼ ପ୍ରଜାତିର କୁକୁରମାନଙ୍କୁ ଦେଖିବାକୁ ମଳିଥିଲା। କୁକୁରଙ୍କ କୌତୁହଳ ଓ ଚଳଚଞ୍ଚଳ ଆକ୍ସିଭିଟି ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ସେଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ପ୍ରଜାତିର କୁକୁରମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରତିଯୋଗିତାମାନେ କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୁକୁରମାନେ ନିଜ ମାଲିକର ପ୍ରଶଂସା ଓ ସମ୍ମାନ ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

ପ୍ରତିଯୋଗିତାରେ କୁକୁରମାନେ ଅତି ତୀକ୍ଷ୍ଣ ଦୃଷ୍ଟିରେ ନିଜ ମାଲିକର କମାଣ୍ଡକୁ ଲକ୍ଷ୍ୟ କରିଥିବା ଦେଖିବାକୁ ମିଳିଥିଲା। ମାଲିକର କମାଣ୍ଡ ପାଇଲା ମାତ୍ରେ ପ୍ରତିଯୋଗିତାର ନିୟମ ଅନୁସାରେ ଦୌଡ଼ୁଥିଲେ ଓ ତାଙ୍କ ସ୍ଥାନରେ ନିୟମ ଅନୁସାରେ ଠିଆ ହେଉଥିବାର ଦେଖିବାକୁ ମିଳିଥିଲା। ମାଲିକର ସମ୍ମାନ ଓ ପ୍ରତିଷ୍ଠାରେ ଯେପରି ଆଞ୍ଚ ଆସିବ ନାହିଁ, ସେହିପାଇ ପ୍ରତିଯୋଗିତାରେ ବିଜୟୀ ପାଇଁ ସବୁ ବଳ କୌଶଳ ଲଗେଇ ଦେବାର ଦେବାର ଦେଖିବାକୁ ମିଳିଥିଲା। ସେମାନଙ୍କ ଶୃଙ୍ଖଳିତ ଓ ଆଜ୍ଞାଧୀନ ଆଚରଣ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ମଣିଷର ସର୍ବଶ୍ରେଷ୍ଟ ବିଶ୍ୱସ୍ତ ଓ ଆପଣାର ବନ୍ଧୁ ହେଉଛି କୁକୁର।

କୁକୁର ଶେଷ ଜୀବନ ପର୍ଯ୍ୟନ୍ତ ମାଲିକ ପାଖରେ ନିଜ ବିଶ୍ୱାସର ଋଣି ସୁଝିବାରେ ଲାଗିଥାଏ। କୁକୁର ଉପରକୁ ଯେତେ ବିପଦ ଆସିଲେ ମଧ୍ୟ ମାଲିକା ପାଇଁ ଜୀବନ ଦେବାରେ ପଛକୁ ହଟେ ନାହିଁ। ସେଥିପାଇଁ କୁକୁର ସବୁବେଳେ ମାଲିକର ଅତି ପ୍ରିୟସାଥି ହୋଇ ସାଙ୍ଗରେ ରହିଥାଏ। ମାଲିକ ଓ କୁକୁର ମଧ୍ୟରେ ଥିବା ସମ୍ପର୍କର ନିୟାର ପ୍ରେମ ଓ ସ୍ନେହକୁ ଦେଖିବାକୁ ମିଳିଥିବା ୟୁନିଟ୍-୬ ଉଚ୍ଚ ବାଳକ ବିଦ୍ୟାଳୟ ଖେଳ ପଡ଼ିଆଠାର ଉଦ୍ୟାପନୀ କାର୍ଯ୍ୟକ୍ରମରେ।

ଶେଷ ଦିନରେ ବାଙ୍ଗାଲୋର ରିତେଶ ମିତ୍ତଲଙ୍କର ଜର୍ମାନ ସେଫର୍ଡ ‘ଜ୍ୟାମ୍ପି’ ପ୍ରଥମ ସ୍ଥାନ ଓ କଲିକତାର ସୌରଭ ଚୌଧୁରୀ ଲାବ୍ରାଡ଼ର ‘ଲାବ୍ରାମାରିନ ଲେନ୍ ଇନ୍ ଶୋ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓବିଡିଏନ୍ସ ଟ୍ରାଏଲ୍ପ ପ୍ରତିଯୋଗିତା ହୋଇଥିଲା। ସେହିପରି ଜର୍ମାଣ ସେଫର୍ଡ ଡଗ୍ ସ୍ପେଶିଆଲିଟି, ଲାବ୍ରାଡର ସ୍ପେଶିଆଲିଟି, ବିଗଲ ସ୍ପେଶିଆଲିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଠାରେ କୁକୁରମାନେ ନିଜ ମାଲିକର ପ୍ରଶଂସା ଓ ସମ୍ମାନ ରକ୍ଷା ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବାଙ୍ଗାଲୋର ରିତେଶ ମିତ୍ତଲଙ୍କର ଜର୍ମାନ ସେଫର୍ଡ ‘ଜ୍ୟାମ୍ପି’ ପ୍ରଥମ ସ୍ଥାନ, କଲିକତା ଦୀପଶିଖା ଆଦିତ୍ୟଙ୍କର ଡୋବରମ୍ୟାନ୍ ‘ ଜାଇଲା’ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିପରି ଅନ୍ୟ ଏକ ବର୍ଗ ପ୍ରତିଯୋଗିତାରେ ଜର୍ମାଣ ସେଫର୍ଡ ବର୍ଗରେ ରବି ସାନ୍ତ୍ରଙ୍କର ‘ବ୍ରେଣ୍ଡନ’ ଓପନ ମେଲ୍ ବିଭାଗରେ ପ୍ରଥମ ସ୍ଥାନ, ଅକ୍ସା ରାୟଙ୍କ ‘ଗ୍ୟାବି’ ଓପନ ଫିମେଲ୍ ବିଭାଗରେ ପ୍ରଥମ, ରବୀନ୍ଦ୍ର ସାହୁଙ୍କ ‘ଏଞ୍ଜୋ’ ବେଷ୍ଟ ଅଫ୍ ବ୍ରେଡ୍ ଇନ୍ ଇଣ୍ଡିଆ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଓବିଡିଏଣ୍ଟ୍ ଆଗିଲିଟି ଚାମ୍ପିୟାନ୍ ବିଭାଗରେ ପ୍ରତିଯୋଗିମାନେ ଯଥାକ୍ରମେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ କଲିକତା, ହାଇଦ୍ରାବାଦ୍, ଦିଲ୍ଲୀ, ଚେନାଇ, ଜାମସେଦପୁର, କଟକ, ଭୁବନେଶ୍ୱର, ସମ୍ବଲପୁର, ଭଦ୍ରକ ଆଦି ଜିଲ୍ଳାରୁ ୩୦ପ୍ରଜାତିର ୩୦୦କୁକୁର ଅଂଶ ଗ୍ରହଣ କରିବେ। ଆଜି ପ୍ରାୟ ୨୦ ପ୍ରକାର କୁକୁର ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସିଭି ସୁଦର୍ଶନ, ଜମାନୀରୁ ବିଚାରକ ହରାଲଡ ହୋମାନ, ରାଜେନ୍ଦ୍ର ଏମ୍ ସାଲଭି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେହିପରି କ୍ଲବ୍ ସଭାପତି ଏସ୍କେ ରାୟ, ସମ୍ପାଦକ ସୁବ୍ରତ ପୃଷ୍ଟି, ଅବବୈତନିକ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ରବିନ୍ ସାହୁ ଓ ସଙ୍କେତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।