ନାଗ ସାପକୁ ମାରି ଦୁଇ ଶିଶୁକୁ ବଞ୍ଚାଇଲା ପୋଷା କୁକୁର

ଯାଁଳା: ମାଲିକ ପାଇଁ ଜୀବନ ଦେଲା କୁକୁର। ନାଗ ସାପକୁ ମାରି ଦୁଇ ଶିଶୁଙ୍କୁ ବଞ୍ଚାଇଲା ପୋଷା କୁକୁର। ଘରର ବଗିଚାରେ ଦୁଇ ପିଲା ଖେଳୁଥିବା ବେଳେ ହଠାତ୍ ସେମାନଙ୍କ ଆଡକୁ ଏକ ବଡ଼ ନାଗସାପ ମାଡି ଆସିଥିଲା । ସାପକୁ ଦେଖିବା ମାତ୍ରେ ପିଲାମାନେ ଚିତ୍କାର କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଷା କୁକୁର ଲାଡେନ ଚେନ ଛିଣ୍ଡାଇ ଜୀବନକୁ ବାଜି ଲଗେଇ ଦୁଇ ଶିଶୁଙ୍କୁ ବଞ୍ଚାଇବା ସହ ସାପଟିକୁ ମାରିଦେଇଥିଲା। ଏହି ପରିପ୍ରେକ୍ଷୀରେ କୁକୁରଟିକୁ ସାପ ଚୋଟ ମାରିଥିଲା। ସାପ କାମୁଡାରେ ଗୁରୁତର ଲାଡେନକୁ ଘର ମାଲିକ ଡାକ୍ତରଖାନାକୁ ନେବାକୁ ବାହାରିବା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ରାଜଧାନୀର ଯାଁଳା ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୋଷା କୁକୁର ଲାଡେନର ସାହସିକତାକୁ ସମସ୍ତେ ସାବାସୀ ଦେଉଛନ୍ତି ।