ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଡାକ୍ତର ଦମ୍ପତିଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି। କାରଣ ଏ ଦୁହେଁ ତାଙ୍କ ବିବାହ ବାର୍ଷିକୀ କରୋନା ରୋଗୀଙ୍କ ମଧ୍ୟରେ କରୋନା ୱାର୍ଡରେ ହିଁ ପାଳନ କରିଛନ୍ତି। ଏହି ଦମ୍ପତ୍ତି ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ କାର୍ଯ୍ୟରତ ଅଛନ୍ତି। ଏହି ଡାକ୍ତର ଦମ୍ପତ୍ତିଙ୍କର ନିଜ ଦାୟିତ୍ୱ ପ୍ରତି ଥିବା ନିଷ୍ଠା ଭାବନାକୁ ଦେଖି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିବାହ ବାର୍ଷିକୀର ଶୁଭକାମନା ଜଣାଇବା ସହ ସେମାନଙ୍କ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି।