ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରିଛି । ଡାକ୍ତର ଜଣକ ହେଲେ ପାଣୁ ଚରଣ ମଣ୍ଡଳ। ମିଳିଥିବା ରିପୋର୍ଟ ମୁତାବିକ, ଗତ ମାସ ୨୦ ତାରିଖରେ ପଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବଡ଼ି ଗାଡ଼ି ଭଡ଼ା ବାବଦକୁ ବକେୟା ଥିବା ବିଲ ପାସ କରାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ତେବେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ପଡିଆ ମେଡିକାଲର ଡାକ୍ତରଙ୍କୁ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଭିଜିଲାନ୍ସ ଦ୍ଵାରା ଗିରଫ କରାଯାଇଥିବା ଜଣାପଡ଼ିଛି ।