ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ତରଫରୁ ଏକ ଆମ୍ବୁଲାନ୍ସ ଖିଦମତ କମିଟିକୁ ପ୍ରଦାନ କରାଯାଇଛି । ଏହି ଆମ୍ବୁଲାନ୍ସକୁ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ଟ୍ରଷ୍ଟି ସୁଶ୍ରୀ ଦିପାଳୀ ଦାସ ଖିଦମତ କମିଟିକୁ ପ୍ରଦାନ କରିଛନ୍ତି । ଏହି ଆମ୍ବୁଲାନ୍ସ ଗରିବ ଲୋକଙ୍କୁ ନିଶୁଳ୍କରେ ସେବା ପ୍ରଦାନ କରିବ । ଏହି ଅବସରରେ ସୁଶ୍ରୀ ଦିପାଳୀ କହିଛନ୍ତି ଯେ, ବିକାଶର କାମ ପାଇଁ ଆମେ ସମସ୍ତେ ଏଇଠି ଏକତ୍ରିତ ହୋଇଛୁ । ଯାହା ନାମରେ କରୁଛୁ ସେ ଆଜି ଏଠି ନାହାନ୍ତି । ଏହି ସ୍ଥାନରେ କିଛି କହିବା ପୂର୍ବରୁ ପ୍ରଥମେ ମୋ ବାପା ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାଥନା କରିବି । ମୋ ବାପା ଶୋଇବା, ବସିବା ସବୁବେଳେ କିପରି ଝାରସୁଗୁଡ଼ାର ବିକାଶ ହୋଇପାରିବ ସେନେଇ ଚିନ୍ତା କରୁଥିଲେ । ଯେତେବେଳେ ବାହାରୁ ପଢ଼ିକି ଆସିଥିଲି ସେତେବେଳେ ମୋ ବାପା କହିଥିଲେ ମାନବ ସେବା ହିଁ ଭଗବାନଙ୍କ ସେବା ।
ଉକ୍ତ କାର୍ଯ୍ୟକ୍ରମରେ ଖିଦମତ କମିଟିର ସଦସ୍ୟଙ୍କ ସମେତ ଚେୟାରମ୍ୟାନ ରାନି ହାତୀ, ରବି ସିଂ, ତାପସ ରାୟ ଚୌଧୁରୀ, ସନ୍ଦିପ ଆବସ୍ତି , ବାଲଗୋବିନ୍ଦ ମିଶ୍ର, ଜାହିଦ କୁରେଶି, ହରିଶ ଗନତ୍ରା, ପ୍ରତାପ ନନ୍ଦ, ରାଜୁ ପାଣଗ୍ରାହୀ, ପିଣ୍ଟୁ ପାଢ଼ୀ, ମଦନ ହାତୀ, ସରିତା ଅଗ୍ରୱାଲ ଓ ରୁବୀନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।