୨୩ରେ ସିଏଏ ବିରୋଧରେ ଡିଏମକେର ରାଲି

ଚେନ୍ନାଇ: ତାମିଲନାଡ଼ୁରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ମଧ୍ୟ ଜୋରଦାର ବିରୋଧ କରାଯାଉଛି। ଡିଏମ୍କେ ଓ ତା’ର ସହଯୋଗୀ ଦଳଗୁଡ଼ିକ ଆସନ୍ତା ୨୩ରେ ସିଏଏକୁ ବିରୋଧ କରି ଚେନ୍ନାଇରେ ଏକ ବଡ଼ଧରଣର ରାଲି କରିବେ। ଏଠାରେ ଡିଏମକେର ଦଳୀୟ ମୁଖ୍ୟାଳୟରେ ଦଳର ନେତା ଏମକେ ଷ୍ଟାଲିନ୍ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଏହି ରାଲିରେ କଂଗ୍ରେସ, ଭିସିକେ, ଏମଡିଏମକେ, ସିପିଆଇ ଓ ସିପିଏମର କର୍ମୀମାନେ ଭାଗ ନେବେ। ଦେଶର ଶାନ୍ତି ନଷ୍ଟ କରିବା ପାଇଁ ସିଏଏ ଲାଗୁ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Supporters and activists of Trinamool Congress (TMC) participate in a mass rally attended by Chief minister of West Bengal state and leader of the Trinamool Congress (TMC) Mamata Banerjee (unseen), to protest against the Indian government’s Citizenship Amendment Act (CAA), in Kolkata on December 16, 2019. – Fresh protests rocked India on December 16 as anger grew over new citizenship legislation slammed as anti-Muslim, after six people died in the northeast and up to 200 were injured in New Delhi. (Photo by Dibyangshu SARKAR / AFP)

ସିଏଏରେ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନଙ୍କୁ ସାମିଲ କରାଯାଇଥିଲାବେଳେ କାହିଁକି ଏଥିରୁ ମୁସଲିମଙ୍କୁ ବାଦ୍ ଦିଆଯାଇଛି ବୋଲି ଷ୍ଟାଲିନ୍ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଏଆଇଏଡିଏମକେର ୧୧ ରାଜ୍ୟସଭା ସଦସ୍ୟ ଥିଲାବେଳେ ପିଏମକେର ଜଣେ ରାଜ୍ୟସଭା ସଦସ୍ୟ ରହିଛନ୍ତି। ଏହି ୧୨ ଜଣ ରାଜ୍ୟସଭାରେ ସିଏଏକୁ ସମର୍ଥନ କରି ଜନସାଧାରଣଙ୍କୁ ପ୍ରତାରଣା କରିଛନ୍ତି। ଶ୍ରୀଲଙ୍କାର ତାମିଲମାନଙ୍କୁ ସିଏଏ ବ୍ୟବସ୍ଥାର ଫାଇଦା ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।