ବାତିଲ୍ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୁଣି ବାତିଲ ହେଲା ଡିଏଲ୍ ଓ ଏଲଏଲ୍ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ ଡିଏଲ/ ଏଲଏଲ ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍ ଓ ଏଲଏଲ୍ ଅବଧି ସରୁଥିଲେ ଏହା କାଏମ୍ ରହିବ। କେବେଠୁ ସାନି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ ଜଣାଇ ଦିଆଯିବ। ଯେଉଁମାନେ ଡିଏଲ/ ଏଲଏଲ ସ୍ଲଟ ବୁକିଂ ପେମେଣ୍ଟ କରିଛନ୍ତି, ତାହା ମଧ୍ୟ କାଏମ ରହିବ। ସେହିପରି ଯେଉଁ ମୋଟର ସାଇକେଲ୍ରେ ଫିଟନେସ୍ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଅବଧି ଫେବୃୟାରୀ ୧ରୁ ଜୁନ୍ ୩୦ ଭିତରେ ସରୁଥିବ, ତାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ଭାବେ ବିବେଚନା କରାଯିବ। ଏଥିପାଇଁ କେହି ଆରଟିଓ ଅଫିସ ଆସିବାକୁ ବିଭାଗ ମନା କରିଛି।

ସୂଚନାଯୋଗ୍ୟ , ଆଜିଠାରୁ ଡିଏଲ ପାଇଁ ପୁଣି ସ୍ଲଟ ବୁକିଂ ହେବ ବୋଲି ଗତକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ। ତେବେ କୋଭିଡ୍-୧୯ ପାଇଁ ପୁଣିଥରେ ସ୍ଲଟ ବୁକିଂ ବାତିଲ କରିଛନ୍ତି ରାଜ୍ୟ ସରକାର।