ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟ। କରୋନା ପାଇଁ ବନ୍ଦ ଥିବା ଡ୍ରଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଆରମ୍ଭ ହେବ। ଡିଏଲ୍, ଏଲଏଲ୍ ଟେଷ୍ଟ ଆମର୍ଭ ନେଇ ପରିବହନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସାମାଜିକ ଦୂରତା ସହ ସବୁ ଗାଇଡଲାଇନ୍ ମାନି ଆରମ୍ଭ ହେବ ଟେଷ୍ଟ। ଡିଏଲ୍ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ସାନି ସ୍ଲଟ୍ ବୁକିଂ। ଗୁରୁବାର ସକାଳ ୭ଟାରୁ ଡିଏଲ୍ ଟେଷ୍ଟ ସ୍ଲଟ୍ ବୁକିଂ କରାଯିବ। ଲର୍ଣ୍ଣଂ ଲାଇସେନ୍ସ ସ୍ଲଟ୍ ବୁକିଂ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍ ଟେଷ୍ଟ ୧୮ରୁ ଓ ଏଲଏଲ୍ ଟେଷ୍ଟ ୨୯ରୁ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ପାଳନ ନେଇ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।