ପ୍ରତି ବ୍ଲକ୍ ଓ ସବଡିଭିଜନରେ ଖୋଲିବ ଡିଏଲ୍ କ୍ୟାମ୍ପ

ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ପ୍ରତି ବ୍ଲକ୍ ରେ କ୍ୟାମ୍ପ କରାଯିବ। ପ୍ରତି ବ୍ଲକ ଓ ସବଡିଭିଜନରେ ସ୍ତରରେ କ୍ୟାମ୍ପ କରାଯିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା ହେବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବିଭିନ୍ନ ଆରଟିଓ ଅଫିସରେ ମାତ୍ରାଧିକ ଗହଳି ଦେଖି ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।