ସୁରକ୍ଷିତ ଦୀପାବଳି ପାଳନ ପାଇଁ ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଦୀପାବଳି ଥିବାରୁ ଘରମାନଙ୍କୁ ଆଲୋକମାଳରେ ସଜେଇବା ପାଇଁ ଲୋକମାନେ ଆଗଭର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଣ ବଜାରରେ ଲୋକମାନଙ୍କ ଭିଡ଼ ଦେଖାଯାଇଛି। ଦୋକାନମାନଙ୍କରେ ପାରମ୍ପାରିକ ବାଣ ସହ ଆଧୁନିକ ବାଣ ମଧ୍ୟ ରହିଛି। ଏଥି ସହ ଇଲେକ୍ଟ୍ରିକ ଆଲୋମାଳ ମଧ୍ୟ ବିକ୍ରି ହେଉଛି। ସେହିପରି ଚଳିତ ବର୍ଷ ବାଣ ଦର ଅଧିକ ଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁନଥିବା ଦେଖାଯାଇଛି। ସେହିପରି ବାଣ ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅଗ୍ନିଶମ ବିଭାଗର ଦୀପାବଳି ପ୍ରସ୍ତୁତି, ସୁରକ୍ଷିତ ଦୀପାବଳି ପାଳନ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୫ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ୯ଶହ ଗାଡ଼ି ସହ ସମସ୍ତ ୩୩୭ ଅଗ୍ନିଶମ କେନ୍ଦ୍ର ଆଲର୍ଟ ରହିବେ। ଏହି ପରିପ୍ରେକ୍ଷୀରେ କଟକରେ ୫ଟି ଓ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇ ଏଥିରେ ୩୦ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ବରଗଡ଼ରେ ମଧ୍ୟ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସେହିପରି ଗଳିକନ୍ଦିରେ ନିଆଁ ଲାଗିଲେ ସ୍ୱତନ୍ତ୍ର ବାଇକ୍‌ର ମଧ୍ୟ ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କିପରି ସୁରକ୍ଷିତ ଦୀପାବଳି ପାଳନ କରିବେ ସେ ନେଇ ପ୍ରେସମିଟ କରିଛନ୍ତି।