ଜିଲ୍ଲା ପୁଲିସ ସ୍ପେଶାଲ ସକ୍ୱାର୍ଡ ହାତରେ ପୁଣି ଗିରଫ ହେଲେ ୩ ବନ୍ୟ ଜନ୍ତୁ ଅଙ୍ଗ ତସ୍କର

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ହାତରେ ପୁଣି ଧରା ହେଲେ ୩ ବନ୍ୟ ଜନ୍ତୁ ଅଙ୍ଗ ତସ୍କର। କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ରତନପୁର-ମାମୁରିଖୋଲ ଜଙ୍ଗଲରୁ ବେଆଇନ ଜନ୍ତୁ ଶିକାର ସହ ଅଙ୍ଗ ପ୍ରତ୍ୟଙ୍ଗ ତସ୍କରୀ ସୂଚନା ପାଇ ଗତକାଲି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଉକ୍ତ ଅଞ୍ଚଳରେ ଛାନଭିନ୍ନ କରିଥିଲା।

ଏହି ସମୟରେ ଖଣ୍ଡାଧୂଆଁ ଗ୍ରାମରେ ବାଘ ଛାଲ ସହ ୩ ବନ୍ୟ ଜନ୍ତୁ ତସ୍କର ଥିବା ସୂଚନା ପାଇ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ତିନିଟି ବାଘ ପଞ୍ଝା ସହ ବିଦ୍ୟୁତ ତାର ଜବତ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ଖଣ୍ଡାଧୂଆଁ ଗ୍ରାମର ରଞ୍ଜିତ ନାଏକ, ଶମ୍ଭୁ ନାୟକ ଓ କୁଚିଣ୍ଡା ଥାନା ଅନ୍ତର୍ଗତ କରଙ୍ଗାମାଲ ଗ୍ରାମର ବିଷ୍ଣୁ ଲୁଖୁରୀ। ଏନେଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।