ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ, ପାନୀୟ ଜଳ ଓ ରାସ୍ତା ଇତ୍ୟାଦିର ସମୁଦାୟ ୪୫ଟି ଅଭିଯୋଗ ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୩ଟି ଅଭିଯୋଗ ଶିବିରରେ ସମାଧାନ ହୋଇଥିବାବେଳେ ଜଣେ ହିତାଧିକାରୀଙ୍କୁ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ମଧୁମିତା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟଶ ପ୍ରତାପ ଶ୍ରୀମଲ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ବିଡିଓ ଶଶାଙ୍କ ପାତ୍ର ଓ ମୃତ୍ତିକା ସଂରକ୍ଷଣ ବିଭାଗ ପିଆଇଏ ଗୀତାଞ୍ଜଳି ପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।