ପୁଣି ସଟଡାଉନ ହେଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନା

ବରଗଡ଼,ଏନ୍ଏନ୍ଏସ୍ : ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଡାକ୍ତରଖାନାର କିଛି କର୍ମଚାରୀ ତଥା ରୋଗୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସିଡିଏମଓ ଡା. ଅରୁଣ କୁମାର ପାତ୍ର ମୁଖ୍ୟ ଡାକ୍ତରଖାନାକୁ ସଟଡାଉନ ଘୋଷଣା କରିଛନ୍ତି । ସିଡିଏମଓ ଶ୍ରୀ ପାତ୍ର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ଯୋଗୁ ଜୁଲାଇ ୧୯ ତାରିଖରୁ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଥିଲା । ତେବେ ବରଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ପଜିଟିଭ ସଂଖ୍ୟାରେ ବୃଦ୍ଧି ଘଟୁଥିବାବେଳେ କୋଭିଡ ଯୋଦ୍ଧାମାନେ ଆକ୍ରାନ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।