ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପରିବାର ବିଚାର ବିଭାଗୀୟ ଜଜ ଡା. ମୁନରାନୀ ମିଶ୍ର ୫ଟି ପାରିବାରିକ ବିବାଦ ମାମଲାର ସମାଧାନ କରିଛନ୍ତି । ଅତିରିକ୍ତ ଜିଲ୍ଲା ଜଜ ଗିରିଜା ପ୍ରସାଦ ମହାପାତ୍ର ଗୋଟିଏ (୦୧) ଏମଏସିଟି ମାମଲା ଫଇସଲା କରି ୬ଲକ୍ଷ ୮୦ହଜାର ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୭,୮୭୬ଟି ରାଜସ୍ୱ ମାମଲାର ଫଇସଲା କରାଯାଇଛି । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ବରିଷ୍ଠ ଜିଲ୍ଲା ଜଜ୍ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତ, ବରିଷ୍ଠ ଦେବାନୀ ଜଜ୍ ରାଜୀବ ଲୋଚନ ସାହୁ, ରେଜିଷ୍ଟର ଜିଲ୍ଲା କୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଠ ଦେବାନୀ ଜଜ୍ ସୁଦୀପା ପାତ୍ର ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।