ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓଡ଼ିଶା ମିଲେଟ ମିଶନ ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଉପଯୁକ୍ତ ପ୍ଲାଟଫର୍ମ ସୁରଭି ମଞ୍ଚ ବୋଲି କହିଥିଲେ । ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦଳଗତ ନୃତ୍ୟ ସଙ୍ଗୀତ ଆଦିି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦ଟି ବ୍ଲକର କୃତି ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଡିଇଓ କାର୍ଯ୍ୟାଳୟର କର୍ମଚାରୀ ଓ ସିଆରସିସିମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ସହିତ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି । ବିଶେଷ କରି ମାଣ୍ଡିଆ ଉପରେ ଛାତ୍ରଛାତ୍ରୀମାନେ ନାଟକ ପରିବେଷଣ କରିଥିଲେ ।