ଜିଲ୍ଲାସ୍ତରୀୟ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ବୈଠକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟ ରଞ୍ଜନ ରାଉତ ସମିତିର ପୁନର୍ଗଠନ ଓ ସଦସ୍ୟ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉପଖଣ୍ଡ ପୁଲିସ ଅଧିକାରୀ ଅନିଲ ବେହୁରିଆ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କ୍ଷୀରୋଦ ଚନ୍ଦ୍ର ପଟେଲ ଉପସ୍ଥିତ ରହି ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ୧୯୬୦ ଅନୁଯାୟୀ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ ବୋଲି ମତପୋଷଣ କରିଥିଲେ । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍କୁଲର ପ୍ରଧାନଶିକ୍ଷକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।