ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ବୈଠକ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଆଜି ଝାରସୁଗୁଡା ଡିଆରଡିଏ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଏବଂ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବରଗଡ ସାସଂଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲମୋହନ ରାଉତ ରାୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ଜଗନ୍ନାଥ ଜେନା, ଜିଲ୍ଲା ପରିଷଦ ସଭାପତି ଲକ୍ଷ୍ଣୀନାରାୟଣ ପଟେଲ ପ୍ରମୁଖଙ୍କସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲାରେ ଖାଲିଥିବା ଡାକ୍ତରଙ୍କ ପଦବୀ ପୂରଣ, ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକଥିବା ଆଧୁନିକ ଯନ୍ତ୍ରାପାତି ଓ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଆଦି ବିଷୟରେ ଆଲୋଚନା କରାଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ପଦକ୍ଷେପ ନେଉଥିବାବେଳେ ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରି ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି। ଏହାସହ ଝାରସୁଗୁଡା ଜିଲ୍ଲାରେ କୋରନା ଟିକାକରଣ ସଫଳ ହୋଇଥିବାରୁ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ ସାମଲ, ବରଗଗଡ ସାସଂଦ ଶ୍ରୀ ପୂଜାରୀ ଓ ବିଧାୟକ ଶ୍ରୀ ମହାନ୍ତି ଖୁସି ବ୍ୟକ୍ତ କରିବାସହ ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ କରିବାଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।