ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନକଲେ କଳାହାଣ୍ଡି ଶିକ୍ଷା ବିଭାଗର କର୍ମଚାରୀ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଳା ଏଜୁକେସନ ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବିଭାଗର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ସାରା ବିଶ୍ୱ କୋଭିଡ-୧୯ର ମୁକାବିଲା କରୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନେ ସରକାରଙ୍କୁ ସହାୟତାର ହାତବଢ଼ାଇ ଏହାର ମୁକାବିଲାରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ପକ୍ଷରୁ ସମସ୍ତ ଶିକ୍ଷକ ଓ କର୍ମଚାରାମାନେ ନିଜର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଏ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ପକ୍ଷରୁ ୭୭ ଲକ୍ଷ ୪୧ ହଜାର ୫୮ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।