ସୁନ୍ଦରଗଡ଼ ଜିଲ୍ଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଉକ୍ତ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବିସ୍ରା ଅଞ୍ଚଳର ବୋଲି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ସ୍ପଷ୍ଟ କରିଛନ୍ତି। ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ସେହିପରି ଆକ୍ରାନ୍ତଙ୍କ ପରିଚୟ ଗୁପ୍ତ ରଖାଯାଇଥିବା ସହ ବୟସ ସ୍ପଷ୍ଟ କରାଯାଇନାହିଁ। ତେବେ ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିବାବେଳେ ଅନ୍ୟ ଦୁଇଜଣ କେଉଁ ଅଞ୍ଚଳ ବା ଜିଲ୍ଲାର ତାହା ବାବଦରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।