ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଘରେ ୭ ଦିନ ଧରି ଅସୁସ୍ଥ ଅନୁଭବ କରିବା ପରେ ସୁନ୍ଦରଗଡ଼ ସ୍ଥିତ ଏନଟିପିସି ହସ୍ପିଟାଲରେ ସ୍ୱାବ ପରୀକ୍ଷା ପରେ କରୋନା ଚିହ୍ନଟ ହୋଇ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଜିଲ୍ଲା ବିଜେପି ସଭାପତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପରିଷଦ ସଦସ୍ୟା ଡାଲି ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମ ରଞ୍ଜନ ବାରିକ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତା ନାଏକ, ପାଟଣା ନିର୍ବାଚନ ମଣ୍ଡଳୀ ମିଡିଆ ସଂଯୋଜକ ସବୀର ଦାଶ, କେନ୍ଦେଇ ପଶି ମଣ୍ଡଳ ସଭାପତି ବିପିନ ବିହାରୀ ମହାନ୍ତ, ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରା, ବିଜେପି ବରିଷ୍ଠ ନେତା ଭବାନୀ ଶଙ୍କର ନାଏକ, ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।