ଜିଲ୍ଲା ବାରିକ ସଂଘ ଗୋଷ୍ଠୀ ଗୃହ ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଭାଟିସାଲଗୁଡ଼ାରେ ଜିଲ୍ଲା ବାରିକ ସଂଘ ଗୋଷ୍ଠୀ ଗୃହ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ । ଉକ୍ତ ନୂତନ ଗୋଷ୍ଠୀ ଗୃହଟି ବିଧାୟକ ପାଣ୍ଠିରେ ନିର୍ମାଣ କରାଯାଇଛି । ଏଥିରେ କୋରାପୁଟ ଯୋନ୍ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ ଓ ଜିଲ୍ଲା ବାରିକ ସଂଘ ସଭାପତି ଏନ. ଗଣେଶଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।