ଜିଲ୍ଲାପାଳ ଅଫିସ୍ ୫ଦିନ ବନ୍ଦ

କୋରାପୁଟ, ଏନ୍ଏନଏସ୍: ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ୧୪ରୁ ୧୮ ତାରିଖ ଯାଏ କଲେକ୍ଟରେଟ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଜିଲ୍ଲାପାଳ କାର୍ଯ୍ୟାଳୟର ଏଷ୍ଟାବ୍ଲିସମେଣ୍ଟ ବିଭାଗର ସେକ୍ସନ୍ ଅଫିସର ଓ ତାଙ୍କ ପରିବାର, ରାଜସ୍ୱ ବିଭାଗର କନିଷ୍ଠ ସହାୟକ ଓ ପରିବାର, ଜୁଡିସିଆଲ୍ ବିଭାଗର ବରିଷ୍ଠ ସହାୟକ ଓ ପରିବାର, ପଞ୍ଚାୟତ ରାଜ୍ ବିଭାଗର ସେକ୍ସନ୍ ଅଫିସର୍ ଓ ପରିବାର, ଜିଏମ୍ ସେକ୍ସନର କନିଷ୍ଠ ସହାୟକ ଓ ପରିବାର, ନିଜାରତ୍ ସେକ୍ସନର ବରିଷ୍ଠ ସହାୟକ ଏବଂ ପ୍ରାଥମିକ ବିଭାଗର କନିଷ୍ଠ ସହାୟକ କରୋନାରେ ସଂକ୍ରମିତ ଥିବା ଜଣା ପଡିବା ପରେ ଜିଲାପାଳ ଏପରି ନିଷ୍ପତି ନେଇଥିବା ଜଣା ପଡିଛି। କୋରାପୁଟ କଲେକ୍ଟରେଟ୍ ୧୪ ତାରିଖ ସକାଳ ୬ରୁ ୧୮ ତାରିଖ ସଂନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ବୋଲି ନୋଟିଫିକେସନ୍ ଜାରି କରା ଯାଇଛି।