ମାଲକାନଗିରି ଜିଲ୍ଲାରେ ଯୋଗାଣ ବିଭାଗର ଚଢ଼ଉ, ଲାଇସେନ୍ସ ନଥିବା ଫିଲିଂ ଷ୍ଟେନ ସିଲ

ମାଲକାନଗିରି,ଏନ୍ଏନ୍ଏସ୍: ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଗୁରୁବାର ମାଲକାନଗିରି ଅଞ୍ଚଳ ଏକ ପେଟ୍ରୋଲ ପମ୍ପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ଦୁର୍ଗା ଫିଲିଂ ଷ୍ଟେସନ ପେଟ୍ରୋଲ ପମ୍ପର ଲାଇସେନ୍ସ ନଥିବା ଏବଂ ଏହା ଅଗ୍ନି ନିର୍ବାପକ ସ୍ୱକୃତି ପାଇନଥିବା ଜଣାପଡ଼ିଥିଲା। ଏ ନେଇ ଉକ୍ତ ପେଟ୍ରୋଲ ପମ୍ପଟିକୁ ସିଲ କରିଦିଆଯାଇଛି।

ତେବେ ସମସ୍ତ କାଗଜପତ୍ର ସଠିକ ଭାବେ ଜମା କରାଗଲା ପରେ ପେଟ୍ରୋଲ ପମ୍ପ ପୁନଃ ଖୋଲାଯିବ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ।