ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ବିହନ ବଣ୍ଟନ

ରାମନାଗୁଡା,ଏନ୍ଏନ୍ଏସ୍, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ପାରିଖିତି କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଜୀବନଜୀବିକା ଉନ୍ନତି ପାଇଁ ବିଭିନ୍ନ କିସମର ବିହନ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ସହକାରୀ ଉଦ୍ୟାନ ଅଧିକାରୀ ଏମ୍.ସୁଚିତ୍ରା ଉପସ୍ଥିତ ଥିବାବେଳେ କ୍ଷେତ୍ର କର୍ମଚାରୀ ଅକ୍ଷୟ କୁମାର ପଣ୍ଡା ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲୁରହିବା ସହ ବିଭିନ୍ନ ପଞ୍ଚାୟତର ୧୨ଶହ ଚାଷୀଙ୍କୁ ବିହନ ପ୍ରଦାନ କରାଯିବ। ଆଜି ପାରିଖିତି ପଞ୍ଚାୟତର ୧୨୦ଜଣ ଚାଷୀଙ୍କୁ ବିହନ ପ୍ରଦାନ କରାଯାଇଥିଲା। ଏଥିରେ ଉଦ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀ ଆନନ୍ଦ ପାତ୍ର, ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।