ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଲକ୍ ଡାଉନ୍ ଅବସ୍ଥାରେ ସବୁକିଛି ବନ୍ଦ ରହିଛି। ତେବେ ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର କୋଇରା ଖଣି ଅଞ୍ଚଳରେ ଭୋକଉପାସରେ ପଡ଼ିରହି ଥିବା ଟ୍ରକ ଡାଇଭର ଓ ହେଲପରମାନଙ୍କୁ ଏବିସିଏନ୍ ମ୍ୟାନେଜମେଣ୍ଟର କର୍ମକର୍ତ୍ତାମାନେ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି ।
ପ୍ରକାଶ ଥାଉ କି, କରୋନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଖଣି ଅଞ୍ଚଳକୁ ଆସିଥିବା ଟ୍ରକଗୁଡ଼ିକ ଏଠାରେ ଗତ ୧୯ ତାରିଖରୁ ଅଟକି ରହିଥିଲା। ସେଥିମଧ୍ୟରୁ କେତେକ ଟ୍ରକ ଡ୍ରାଇଭର ଗାଡ଼ିଗୁଡ଼ିକ ରାସ୍ତାକଡ଼ରେ ଛାଡ଼ି ଚାଲି ଯାଇଥିବା ବେଳେ ୮ ଶହେରୁ ଊଦ୍ଧ୍ୱର୍ ଡ୍ରାଇଭର ଓ ହେଲପର ଗାଡ଼ିକୁ ଜଗି ରାସ୍ତାକଡ଼ରେ ପଡ଼ି ରହିଥିଲେ। ଦୀର୍ଘଦିନର ଲକଡାଉନ୍ କଟକଣା ସେମାନଙ୍କ ପାଇଁ କଷ୍ଟଦାୟକ ପରିସ୍ଥିତି ସୃଷ୍ଟି କରିଥିଲା। ଏମିତି ଖାଇବା ପିଇବାର କୌଣସି ସୁବିଧା ନାହିଁ। ନିକଟରେ କୌଣସି ଦୋକାନ, ଢାବା, ଖାଦ୍ୟ ସମାଗ୍ରୀ ଦୋକାନ ମଧ୍ୟ ନାହିଁ। କୋଇରା ଶାଖା ଏବିସିଏନ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ ନଜରକୁ ଆସିଥିଲା।
ପରେ ପୁଲିସର ଅନୁମତି ନେଇ ଏବିସିଏନ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡର କର୍ମକର୍ତ୍ତା ଆଗେଇ ଆସି ଉପଲବ୍ଧ ସମ୍ବଳ ସହ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଇଥିଲେ। କର୍ମକର୍ତ୍ତାମାନେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ସାମାଜିକ ଦୂରତା ନେଇ ସଚେତନ କରାଇଥିଲେ। ଶଖାର ଯୁବକମାନେ ନେଇଥିବା ପଦକ୍ଷେପ ପ୍ରକୃତରେ ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ ବୋଲି ଏବିସିଏନର କର୍ମକର୍ତ୍ତା କହିଛନ୍ତି। ଏହାବ୍ୟତୀତ ଭବିଷ୍ୟତରେ ମଧ୍ୟ ଜାରି ରଖିବାକୁ ସ୍ଥାନୀୟ ସହାୟତା ପାଇଁ ମୁ୍ମ୍ବାଇର ମୁଖ୍ୟକାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି।