ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବିଇଓ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସମଗ୍ର ଶିକ୍ଷା କେନ୍ଦୁଝର ତରଫରୁ ପ୍ରଦତ୍ତ ୧୮ଜଣ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ବିଇଓ ପୂର୍ଣ୍ଣ ଚନ୍ଦ୍ର ଓମାତଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବିଆରସିସି ନରୋତ୍ତମ ସାହୁ, ସିଆରସିସି ଶ୍ରୀକାନ୍ତ ବିଶ୍ୱାଳ, ପ୍ରମୋଦ କୁମାର ମାହାନ୍ତ, ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, ବିଆରଟି ରଜନୀ ନାଏକ ଓ ମୀନକେତନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ୩୦ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ଜଣଙ୍କୁ ଆଜି ଉପକରଣ ଯୋଗାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଉପକରଣ ଯୋଗାଇ ଦିଆଯିବ। କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ନାଏକ, କଳ୍ପତରୁ ମିଶ୍ର, ଜନ୍ମଜେୟ ଦାସ, ଇ ଯତୀନ କବି ପରିଚାଳନା କରିଥିଲେ।