ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମେଳାରେ ୪୧ କୋଟି ଟଙ୍କା ଋଣ ବଣ୍ଟନ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳାରେ ବଲାଙ୍ଗିର ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୪୧.୨୧ କୋଟି ଟଙ୍କା ଋଣ ବଣ୍ଟାଯାଇଛି । ଏହାଦ୍ୱାରା ୧୮୦୦ଟି ମହିଳା ଗୋଷ୍ଠୀ ଉପକୃତ ହେବେ । ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ମିଶନ ଶକ୍ତି ଭବନ ସହ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି ହାଟ ପାଇଁ ସରକାର ଯୋଜନା କରିଛନ୍ତି । ମହିଳା ଗୋଷ୍ଠୀଙ୍କୁ ଅଧିକ ସଶକ୍ତ ପାଇଁ ଏସଏଚଜିକୁ ଏମଏସଇରେ ପରିଣତ କରିବା ପାଇଁ ପ୍ରୟାସ ଚାଲିଥିବା ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନ, ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରମୁଖ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ମହିଳା ଗୋଷ୍ଠୀଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ସାହୁ ୪୮ଟି ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ୨ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡମି ଚେକ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗିତା ବିଶି, ଉପାଧ୍ୟକ୍ଷା ମିଥିଲା ମାଝୀ, ନାବାର୍ଡ ଡିଡିଏମ ଲକ୍ଷ୍ଣଣ ସୋଇ, ଓରମାସ ବିପିଏମ କମେଲନ୍‌ୁ ପଲ ଓ ୟୁଜିବି ଆରଏମ କୈଳାଶ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବଲାଙ୍ଗିର ତହସିଲଦାର ଡା. ସୁଜାତା ପଣ୍ଡା ଏବଂ ଡିପିସି ମିଶନ ଶକ୍ତି ସୁମନ ଦ୍ୱିବେଦୀ ସଭା ପରିଚାଳନା କରିଥିଲେ । ଟିଟିଲାଗଡ଼ ବିଡିଓ ନବିନ ନାୟକ ଓ ପୌର ନିର୍ବାହି ଅଧିକାରୀ ବିପିନ ବିହାରି ଦୀପଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।