ରାମନାଗୁଡ଼ା,ଏନ୍ଏନ୍ଏସ୍: କରୋନା ଭୟାବହତା ମଧ୍ୟରେ ଅସହାୟ ତଥା ଗରୀବଙ୍କୁ ମାସ୍କ ଓ ସାବୁନ ଯୋଗାଇବାକୁ ଆଗେଇ ଆସିଛନ୍ତି କୁନି ଝିଅ ସୁଲଗ୍ନା ଆଚାର୍ୟ୍ୟ। ସୁଲଗ୍ନା ନିଜ କୁମ୍ପି ଭାଙ୍ଗି ସଞ୍ଚୟ ଟଙ୍କାରେ ମାସ୍କ କିଣି ଏଣ୍ଟିମୁନିଗା, ସାନବାଙ୍ଗି, ଆନନ୍ଦପୁର ଆଦି ଗ୍ରାମର ଲୋକଙ୍କୁ ମାସ୍କ ପ୍ରଦାନ କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକେ ମାସ୍କ ପାଉନଥିବାରୁ ସେ ମାସ୍କ ପ୍ରଦାନ କରିଥିବା ସୁଲଗ୍ନା କହିଛନ୍ତି। ସେ ପୂର୍ବରୁ ମଧ୍ୟ ଦେଉଳା ସହ କାମନାଗୁଡ଼ା ଗାଁ ବୁଲି ଅସହାୟଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରି କରୋନାକୁ ରୋକିବା ନେଇ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ମାସ୍କ ପ୍ରଦାନ ସମୟରେ ସୁଲଗ୍ନାଙ୍କ ପିତା ଗଗନ ଆଚାର୍ୟ୍ୟଙ୍କ ସମେତ ପି ବେଣୁଗୋପାଳ, ଭି କୁମାର ସ୍ବାମୀ, ପି ଆପାରାଓ ଓ ମକରଧ୍ବଜ ଧୋବା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।