ଝାରସୁଗୁଡା ଜିଲ୍ଲା ୨୩ ତମ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଝାରସୁଗୁଡା, ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ବ୍ରଜରାଜନଗରର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମ ରେ ୨୩ ତମ ଜିଲ୍ଲା କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଛି । ଏହାକୁ ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀତାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନବ ଦାସ କହିଛନ୍ତି କ୍ରୀଡା ଶରୀରରକୁ ସୁସ୍ଥ ରଖିବାସହ ମଣିଷକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଜଣେ ସଫଳ କ୍ରୀଡାବିତ ଦେଶ ପାଇଁ ଗୌରବ ଆଣିଥାଏ । ତେଣୁ କ୍ରୀଡା ପ୍ରତିଯୋଗିତା ରେ କୃତକାର୍ଯ୍ୟ ହେବା ପାଇଁ ଯୋଜନା ବଦ୍ଦ ଭାବରେ କଠିନ ପରିଶ୍ରମ ଜାରି ରଖିବା ଉଚିତ ।

ପ୍ରତୀଯୋଗୀତାରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବିଭିନ୍ନ ଥୋ ୍ରଆଦି ବର୍ଗରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଳବର ୧୪ ବର୍ଷ ,୧୬ ବର୍ଷ ,୧୮ ବର୍ଷ ,୨୦ ବର୍ଷ ବୟସ ର ପ୍ରାୟ ୪ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହାସହ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜର ୫୦ରୁ ଉର୍ଦ୍ଧ ଖେଳ ଶିକ୍ଷକ ପ୍ରତିଯୋଗୀତକୁ ପରିଚାଳନା କରୁଛନ୍ତି।

ପ୍ରତିଯୋଗୀତାର ପ୍ରଥମ ଦିନରେ ଇବ୍ ଭ୍ୟାଲି କୋଇଲା ଖଣିର ମହାପ୍ରବନ୍ଧକ ମଧୁସୂଦନ ଶର୍ମା, ଝାରସୁଗୁଡା ଜିଲ୍ଲା କ୍ରୀଡା ସଂସ୍ଥା ର ସାଧାରଣ ସମ୍ପାଦକ ତାପସ ରାୟ ଚୈାଧୁରି ,କାର୍ଯ୍ୟକାରୀ ସଭାପତି ବିଜୟ ବେହେରା ,ଉପ-ସଭାପତି ଜୀବନ ମହାନ୍ତି , ବ୍ରିଜେଶ ଶର୍ମା ,କୋଷାଧକ୍ଷ ଗଣେଶ ନାୟକ ,ବିଜୟ ଦାସ, ଜିଲ୍ଲା କ୍ରୀଡା ସମ୍ପାଦକ କମ୍ପାଉଣ୍ଡର ବେହେରା ,ବରିଷ୍ଠ ସଭ୍ୟ , ପ୍ରତିଭା ମହାପାତ୍ର, କୈାଳାଶ ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।