ରାସ୍ତା ନିର୍ମାଣ ଦାବିରେ ଜିଲ୍ଲା କଂଗ୍ରେସର ଧର୍ମଘଟ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ୪୯ନଂ ଜାତୀୟ ରାଜପଥର ପ୍ରସସ୍ଥି କରଣ ପାଇଁ ଗତ ୨୦୧୭ ମସିହା ଠାରୁ ନିର୍ମାଣ କାର୍ଯ୍ୟ ଅରାମ୍ଭ ହୋଇଥିବା ବେଳେ ରାସ୍ତାଟି ବର୍ତ୍ତମାନ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ପ୍ରତିବାଦରେ ଆଜି ଠାରୁ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଓ ଧର୍ମଘଟ ଆରମ୍ଭ ହୋଇଛି।

ବୁଧବାର ପୂର୍ବାହ୍ଣରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜିଲ୍ଲକାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅନଶନ ଆରମ୍ଭ କରିଛନ୍ତି।