ଲକଡାଉନ ନିୟମ ଉଲଂଘନ କରି ନିର୍ମାଣ କାର୍ଯ୍ୟ କରାଉଥିବା ଠିକାଦାର ଗିରଫ ଓ ବଜାର ଠିକାକୁ ରଦ୍ଧ ପାଇଁ ଦାବି

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରାଯାଇଥିବା ଜଣାଯାଇଛି। ସରକାର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ ମାତ୍ର କେତେକ ଜନ ସାଧାରଣ ଲକଡାଉନ ନିୟମକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି। ଗତକାଲି ଦେବଗଡ଼ ଥାନା ପୁଲିସ ସରକାରୀ କଟକଣା ଉଲଂଘନ କରି ନିର୍ମାଣ କାର୍ଯ୍ୟ କରାଉଥିବା ଅଭିଯୋଗରେ ଅମିତ ଅଗ୍ରୱାଲ ଓରଫ ଭାଲୁ ନାମକ ଜଣେ ବ୍ୟବାସୟୀଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଉକ୍ତ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିବା ଶର୍ମନ ଅଲ୍ଲି ନାମକ ଠିକାଦାରଙ୍କୁ ଗିରଫ କରିଥିଲା। ପରେ ଥାନାରୁ ଜାମିନରେ ଆସିଥିବା ଜଣାପଡି଼ଛି। ସେହିପରି ବ୍ୟବସାୟୀ ଭାଲୁ ଫେରାର ଥିବା ଦେବଗଡ଼ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ଏଥିସହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଭାଇବ୍ରେଟର, କଂକ୍ରୀଟ ମକ୍ଟଳର ମେସିନ ସମେତ ଅନ୍ୟାନ୍ୟ ଉପକରଣ ଜବତ କରିଥିବା ଜଣାପଡିଛି। ସେହିପରି ଆଜି ବଳମ ସାପ୍ତାହିକ ହାଟରେ ସାମାଜିକ ଦୂରତାକୁ ଫୁ’ କରି ଅନେକ ଜନସାଧାରଣ ବିନା ମାକ୍ସରେ ବଜାରକୁ ଆସୁଥିବାରୁ ବଜାରରେ ଏହାର ପ୍ରତିବାଦ କରିବା ସହ ବାରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ।

ସୂଚନାପାଇ ଦେବଗଡ଼ ଥାନା ପୁଲିସ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେର ଉକ୍ତ ସାପ୍ତାହିକ ବଜାରରେ ପହଞ୍ଚି ବ୍ୟବସାୟୀଙ୍କୁ ସାମାଜିକ ଦୂରତା ରଖିବାକୁ ପରାମାର୍ଶ ଦେବା ସହ ବିନା କାରଣରେ ଗହଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଉକ୍ତ ବଜାର କୁ ଠିକାରେ ନେଇଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବଜାର ଠିକାକୁ ରଦ୍ଧ କରିବାକୁ ବହୁ ଜନସଧାରଣରେ ଦାବି କରିଛନ୍ତି।