ଖଣିରୁ ଡିଜେଲ ଚୋରି ରାକେଟର ପର୍ଦ୍ଦାଫାଶ, ୮ ଗିରଫ

-୧୦ ମୋବାଇଲ, ୧୦ ଜୀବନ୍ତ ଗୁଳି ସହ ୨ ମାଉଜର ଜବତ

ଅନୁଗୁଳ,ଏନ୍ଏନ୍ଏସ୍: କୋଲିୟାରୀ ଥାନା ପୁଲିସ ଡିଜେଲ ଚୋରୀ ରାକେଟର ପର୍ଦ୍ଦାଫାଶ କରିଛି। ତତ୍ ସହିତ ୧୦ଟି ମୋବାଇଲ,୨ଟି ମାଉଜର ସହ ୧୦ଟି ଜୀବନ୍ତ ଗୁଳି ଜବତ ସାଙ୍ଗକୁ ସମ୍ପୁର୍ଣ୍ଣ ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇପାରିଛି କୋଲିୟାରୀ ଥାନା ପୁଲିସ।

ଘଟଣାରୁୁ ପ୍ରକାଶ ଯେ, ଭୁବନେଶ୍ୱରୀ ଖଣି ସମେତ ପ୍ରତ୍ୟେକ ଖଣି ଗୁଡିକରେ ଦୀର୍ଘ ଦିନ ବ୍ୟାପି ଆତଙ୍କ ରାଜ ଚଳାଇ ଲୁଟପାଟ କରିବା ସହ ପ୍ରତ୍ୟେକ ଦିନ ରାତିରେ ମାଉଜର ଦେଖାଇ ଶହ ଶହ ଲିଟର ଡିଜେଲ ଚୋରୀ କରି ବ୍ୟାପକ ଅର୍ଥ ଉପାର୍ଜନ କରି ଚାଲିଥିବା ଏକ ଦୁର୍ଦ୍ଦାନ୍ତ ଡିଜେଲ ଚୋରୀ ର୍ୟାକେଟକୁ ପୁଲିସ ଗିରଫ କରିବା ପରେ ସବୁ ଖଣିଗୁଡିକରେ ଖୁସିର ମାହୋଲ ଖେଳାଇ ଦେଇଥିବା ସହ ସମଗ୍ର ତାଳଚେରରେ ଏ ନେଇ ଚର୍ଚାର ମୁଖ୍ୟ ବିଷୟ ହୋଇଛି।

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଅନନ୍ତ ବିହାର କଲୋନୀର ଦିପକ କୁମାର ପ୍ରଧାନ (୨୭), କଟକ ଦର୍ଘାବଜାରର ମହମ୍ମଦ ଇଜାଂମାମ (୨୮), ସେଟ୍ରାଂଲ କଲୋନୀର ନିପୁ ନାୟକ (୨୦), କଟକ ଦର୍ଘାବଜାରର ଏସ.କେ ଜାହିର (୨୩), ଚାଳଗଡ ଗ୍ରାମର ସାହିଲ ନାଏକ (୨୨), ଦେଉଳବେଡା କଲୋନୀର ଆଶୁତୋଷ ବାରିକ (୨୩), ଅନନ୍ତ ଓସିପିର ୟାମ ବାହାଦୁର ଥାପ୍ପା (୪୫), ଅନନ୍ତ ଓସିପି ଟାଇମ ଅଫିସର କାହ୍ନୁଚରଣ ବେହେରା (୫୩) ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।